ଗତ 24 ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଳାର ତାପମାତ୍ରା 11 .3 ଡିଗ୍ରୀ ସେଲସିୟସ ଥିଲା। ଜିଲ୍ଲାରେ ଶୀତର ପ୍ରକୋପ ଜାରୀ ରହିଛି। ସକାଳୁ ସକାଳୁ ଘନ କୁହୁଡି ଢାଙ୍କି ଦେଉଛିl। ଗତ 24 ଘଣ୍ଟାରେ ତାପମାତ୍ରା 13 ଡିଗ୍ରୀ ତଳେ ରହିଛି । ଯାହାକୁ ନେଇ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।