ବାଙ୍ଗିରିପୋଷି: ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟି ରାସ୍ତା ସମ୍ପ୍ରସାରଣ ଦାବିରେ ଆସନ୍ତା 2 ତାରିଖ ଦିନ 49 ନଂ ଜାତୀୟ ରାଜପଥକୁ ବନ୍ଦ କରିବ ଭଞ୍ଜସେନା
ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟି ପାଲଟିଛି ମରଣଯନ୍ତା l ପ୍ରତ୍ୟେକ ଦିନ ଘଟୁଛି ଛୋଟ ଓ ବଡ ଦୁର୍ଘଟଣା l ଘାଟି ରାସ୍ତା ସମ୍ପ୍ରସାରଣ ଦାବିରେ ଆସନ୍ତା 2 ତାରିଖ ଦିନ 49 ନଂ ଜାତୀୟ ରାଜପଥ ଅବରୋଧ କରିବ ଭଞ୍ଜସେନା l ଏ ସମ୍ପର୍କରେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରେସ ବିବୃତିରେ ଜଣାଇଛନ୍ତି l