ଫସଲ ଅମଳ ବେଳେ ଏବେ ଚାଷୀଙ୍କୁ ହାତୀ ଚିନ୍ତା। ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଭାଙ୍ଗୁଛନ୍ତୁ ଘର ଦ୍ବାର। ଛେଣ୍ଡିପଦା ଅଞ୍ଚଳର ବିଭିନ୍ନ ଗାଁରେ ଏବେ ଜାରି ରହିଛି ହାତୀପଲଙ୍କ ଆତଙ୍କ। ସନ୍ଧ୍ୟା ହେଲେ ହାତୀପଲ ଗାଁ କୁ ଆସି ଧାନ ଖାଇବା ସହିତ ଘର ଭାଙ୍ଗି ଦେଉଛନ୍ତି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତକାଲି ସନ୍ଧ୍ୟାରୁ ଆଜି ସକାଳ ଯାଏଁ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଧାନ ଅମଳ ବେଳେ ହାତୀଙ୍କ ଏପରି ଆତଙ୍କକୁ ନେଇ ଏବେ ଚିନ୍ତାରେ ଚାଷୀ।