ଜଗତସିଂହପୁର: ନାଉଗାଁ ବ୍ଲକର ୭ଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା, ଉପସ୍ଥିତ ରହିଲେ ନାଉଗାଁ ତହସିଲଦାର
ଜିଲ୍ଲାରେ ମୋଟ ୯୦ଟି କେନ୍ଦ୍ରରେ ମଙ୍ଗଳବାର ସକାଳ ୯ଟାରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ସମୁଦାୟ ୧୩ ହଜାର ୩୧୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ନାଉଗାଁ ବ୍ଲକରେ ୭ଟି ସେଣ୍ଟରରେ ସମୁଦାୟ ୯୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । ଅନ୍ୟପଟେ ଏହି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ନାଉଗାଁ ତହସିଲଦାର ଉପସ୍ଥିତ ରହିଛନ୍ତି । ତେବେ ଜିଲ୍ଲାର ସବୁ ସେଣ୍ଟରରେ ପରୀକ୍ଷା ତଦାରଖ କରିବାକୁ ୯୦ ଜଣ ସୁପରିଟେଣ୍ଡେଣ୍ଟ , ୯୦ ଜଣ ଅବଜରଭର ଓ ୩ଟି ଫ୍ଲାଇଂ ସ୍କ୍ବାର୍ଡ ମୁତୟନ ଜରାଯାଇଥିବା ସୂଚନା ମିଳିଛି ।