ଝାରସୁଗୁଡ଼ା ଗସ୍ତରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଝାରସୁଗୁଡ଼ା, ୧୬/୧୨: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ ଏକ ଟିମ୍ ଜିଲ୍ଲାରେ ଚାଲିଥିବା ଶିଶୁ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକର ଅନୁଧ୍ୟାନ ଓ ସମୀକ୍ଷା ପାଇଁ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଥିଲେ। ଏହି ଟିମ୍ରେ ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ସହ ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ଓ ଶ୍ରୀମତୀ କସ୍ତୁରୀ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।