ଚକ୍ରଧରପୁର ରେଳ ଡିଭିଜନରେ ହେବାକୁ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯୋଗୁଁ ଡ଼ିସେମ୍ବର ମାସର ବିଭିନ୍ନ ତାରିଖରେ, ବାମରା ଦେଇ ଯାଉଥିବା ଟାଟା ଇତ୍ଵାରି ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ମୁତାବକ ଚକ୍ରଧରପୁର ରେଳ ଡିଭିଜନ ରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ପାଇଁ ବାମରା ଦେଇ ଯାଉଥିବା ଟାଟା ଇତ୍ଵାରୀ ଏକ୍ସପ୍ରେସ ଟ୍ରେନ ଡ଼ିସେମ୍ବର ମାସର ୨୦, ୨୩, ୨୭, ଓ ୩୦ ତାରିଖ ଦିନ ଉଭୟ ଅପ୍ ଓ ଡାଉନ୍ ପଟରୁ ବାତିଲ ରହିବ। ଏନେଇ ରେଳ ବିଭାଗ ପକ୍ଷରୁ ରବିବାର ସନ୍ଧ୍ୟା ସାତଟା ସମୟରେ ସୂଚନା ପ୍ରଦାନ କରାଯାଇଛି।