ବଲାଙ୍ଗୀର ସହର ହତିଶାଳପଡାରେ ଘଟିଛି ଗୋଟିଏ ଚୋରି କାଣ୍ଡ। ଏଠାର ରୀନା ଭୋଇ ରୋଗୀ ଅବସ୍ଥାରେ ହସ୍ପିଟାଲ ରେ ଆଡମିଟ ଥିବା ସମୟରେ, ପାଖରେ ଥିବା ତାଙ୍କ ଭଡା ଘରକୁ ଲକ୍ଷ୍ୟ କରିଛି ଜଣେ ନାବାଳକ। ଅଭିଯୋଗ ଅନୁସାରେ, ସେହି ନାବାଳକ ଘରୁ ପ୍ରାୟ ୩୦ ହଜାର ଟଙ୍କା, ଗୋଟିଏ ମୋବାଇଲ ଏବଂ କିଛି ଆଭୂଷଣ ଚୁରେଇ ନେଇ ପଳେଇଥିଲା। ଘଟଣାର ସୂଚନା ପାଇ ଲକ୍ଷ୍ମୀଜୋର ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି, ସେହି ନାବାଳକକୁ ଅଟକ ରଖିଛି। ଏପରେ ରୀନା ଭୋଇ ଥାନାର ଦ୍ୱାରସ୍ତ ହୋଇ ପୋଲିସଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି।