ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ବେଳାଭୂମିର ସ୍ଥାନ ସ୍ୱତନ୍ତ୍ର ଗୋପାଳପୁର ବେଳାଭୂମି ସବୁବେଳେ ଦେଶ ବିଦେଶ ର ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ, ବେଳାଭୂମିକୁ ‘ବ୍ଲୁ-ଫ୍ଲାଗ୍ ଷ୍ଟାଣ୍ଡାର୍ଡ ରେ କାର୍ଯ୍ୟ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ଏବଂ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆନୂଆଗାଁ ଠାରେ ‘ବ୍ଲୁ-ଫ୍ଲାଗ୍ ଷ୍ଟାଣ୍ଡାର୍ଡ ରେ ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଚାଲିଛି। ମଂଗଳବାର ଅପରାହ୍ନରେ ଛତ୍ରପୁର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ।