ଗୋବିନ୍ଦପୁର: ସଗରା ଠାରେ ଏକ ପରିତ୍ୟକ୍ତ ଘରୁ ଜଣେ ନିଖୋଜ ବୃଦ୍ଧ ଙ୍କ ଶବ ଉଦ୍ଧାର, ମାମଲା ରୁଜୁ କଲା ପୋଲିସ
ବାମରା ବ୍ଲକ ଅନ୍ତର୍ଗତ ସଗରା ଗ୍ରାମର ଭବାନୀ ଶଙ୍କର ସାହୁ ଚଳିତ ମାସ ୧୪ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକ ତାଙ୍କୁ ସବୁ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ କୌଣସି ସନ୍ଧାନ ମିଳି ନଥିଲେ। ଅନ୍ୟ ପଟେ ବୁଧବାର ଦିନ ନିକଟସ୍ଥ ଏକ ପରିତ୍ୟକ୍ତ ଘରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ତାଙ୍କ ପରିବାର ସେଠାକୁ ଯାଇଥିବା ବେଳେ ସେଠାରେ ଭବାନୀ ଙ୍କ ପଚା ଶବ ପଡ଼ିଥିବା ଦେଖିବାକୁ ପାଇ ଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।