ଗତ ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ, ଦୁଧିଆଣି ରେଞ୍ଜର କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଟଙ୍ଗାବିଲା-ଶୁକୃଳି ରାସ୍ତା ହାତୀବନ୍ଧ ନିକଟରେ ଏକ ଶାଗୁଆନ କାଠ ଗଣ୍ଡି ବୋଝଇ ପିକଅପ ଭ୍ୟାନ ଗାଡିକୁ ଧରିବାରେ ସଫଳ ହୋଇଥିଲେ, ବନବିଭାଗ କର୍ମଚାରୀଙ୍କୁ ଦେଖି କାଠ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ୧୩ ଖଣ୍ଡ ଶାଗୁଆନ କାଠ ଗଣ୍ଡି ସହ ଏକ ପିକଅପ ଭ୍ୟାନକୁ ଜବତ କରିଛି ବନବିଭାଗ। ଏନେଇ ବୁଧବାର ସକାଳ ପ୍ରାୟ ୧୦ ଟାରେ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।