ଉମରକୋଟ: BJD ନେତା ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ଉମରକୋଟ ବ୍ଲକ ବିଜେଡି ନେତା ସଏଦ କଜାମ ମଦାନୀ ଙ୍କ ଉପରୁ ହଟିଲା ନିଲମ୍ବନ।ବିଜେଡି ନେତା ସଏଦ କଜାମ ମଦାନୀ ଅଗଷ୍ଟ ୫ ୨୦୨୧ ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ଆଜି ବିଜେଡି ସଭାପତି ଙ୍କ ନିର୍ଦେଶ କ୍ରମେ ସଏଦ କଜାମ ମଦାନୀ ଙ୍କ ନିଲମ୍ବନ ପ୍ରତ୍ୟାହୃତ ହୋଇଛି। ନୂଆପଡା ନିର୍ବାଚନ କୁ ଆଖି ଆଗରେ ରଖି ଏହି ନିଲମ୍ବନ ପ୍ରତ୍ୟାହାର ହୋଇଛି ବୋଲି ବିରୋଧୀ ପ୍ରକାଶ କରୁଛନ୍ତି।