ଜୟପୁର ସଦରଥାନା ଅଧିନସ୍ଥ ତେଲିଗୁଡା ଲକ୍ଷ୍ମୀନାରାୟଣ ନଗରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୋରରୁ ପରିବାର ଲୋକ ଘର ତାଲା ଦେଇ ମନ୍ଦିର ଯାଇ ଫେରିବା ବେଳେ ତାଲା ଭାଙ୍ଗି ସୁନା ଅଳଙ୍କାର ଏବଂ ଟଙ୍କା ଚୋରି ନେଇ ସଦରଥାନାରେ ଅଭିଯୋଗ ହୋଇଛି । ସଦର ଥାନା ଅଧିକାରୀ ଆଜି ରାତ୍ର 8ଟାରେ ଗଣ ମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି l ଭାସ୍କର ଭୁୟାଁ ଏବଂ ତାଙ୍କ ପତ୍ନୀ ଭୋର ସାଢେ ୪ଟାରେ କେନାଲରେ ଡଙ୍ଗା ଭସାଇ ଶିବ ମନ୍ଦିର ଏବଂ ଅନ୍ୟାନ୍ୟ ମନ୍ଦିର ବୁଲି ସକାଳ ସାଢେ ୬ଟାରେ ଘରକୁ ଫେରିଥିଲେ । କିନ୍ତୁ ଘରର ମୁଖ୍ୟ ଦୁଆରର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ।