ଓରିଏଣ୍ଟ: ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଥିବା ଅଭିଯୋଗରେ ବ୍ରଜରାଜନଗର ଥାନା ପୋଲିସର ବିଭିନ୍ନ ସ୍ଥାନରେ ଚଡାଉ, ୪ଟି ଗାଡି ଜବତ
ବୁଲେଟ ଏବଂ ବାଇକକୁ ମୋଡିଫାଏଡ଼ କରିବା ଆଳରେ ଏହାର ସାଇଲେନସର କୁ ବଦଳାଇ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଥିବା ଅଭିଯୋଗ ରେ ଆଜି ବ୍ରଜରାଜନଗର ଥାନା ପୋଲିସ ଏପରି ଚାରିଗୋଟି ଗାଡିକୁ ଜବତ କରିଛି। ତେବେ ଝାରସୁଗୁଡା ଏସ୍ପିଙ୍କ ନିର୍ଦେଶରେ ବ୍ରଜରାଜନଗର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରି ଏପରି ମୋଡ଼ିଫାଏଡ଼ ବିକଟାଳ ଶବ୍ଦ କରୁଥିବା ୩ ଟି ବୁଲେଟ ଓ ଅନ୍ୟ ଏକ ଗାଡିକୁ ଜବତ କରାଯାଇଛି। ସାଧାରଣ ଲୋକଙ୍କ କାନ ଫାଟିଯିବା ଭଳି ଶବ୍ଦ କରୁଥିବା ଅଭିଯୋଗରେ ଏହି ଗାଡି ଗୁଡିକୁ ସିଜ କରାଯାଇଛି ଏବଂ ଫାଇନ କରିବା ପାଇଁ ଝାରସୁଗୁଡା ଆର୍ଟିଓ ଙ୍କୁ ଅବଗତ କରାଯାଇଥିବା