ସୁକିନ୍ଦା: ରଙ୍ଗିଟାଙ୍ଗର ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇଜଣ ଦାଦା ଓ ପୁତୁରା ଗୁରୁତର
Sukinda, Jajpur | Oct 23, 2025 ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଙ୍ଗିଟାଙ୍ଗର ରାସ୍ତାରେ ଏକ ବାଇକ ଦୁର୍ଘଟଣାରେ ଦାଦା ଓ ପୁତୁରା ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଙ୍ଗିଟାଙ୍ଗର ରାସ୍ତାରେ ଏକ ବାଇକ ଦୁର୍ଘଟଣାରେ ଭୁବନ ନାଏକ ସାହି ବାସିନ୍ଦା ଦାଦା ଗୋବିନ୍ଦ ଚନ୍ଦ୍ର ପାତ୍ର ଓ ପୁତୁରା ପିନ୍ଟୁ ପାତ୍ର ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଦୁଇଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ଗୁରୁବାର ସନ୍ଧ୍ୟା 5:30 ମିନିଟ ସମୟରେ ଦେଖିବାକୁ ମିଳିଛି ।