ଜୁଜୁମୁରା: ବୁରମାଲ ରେ ହାତୀ ଉପଦ୍ରବ , ବ୍ୟାପକ ଅମଲ କ୍ଷମ ଧାନ ଫସଲ ନଷ୍ଟ
ବୁରମାଲ ରେ ହାତୀ ଉପଦ୍ରବ , ବ୍ୟାପକ ଅମଲ କ୍ଷମ ଧାନ ଫସଲ ନଷ୍ଟ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଘେନୁପାଲି ପଞ୍ଚାୟତ ଅନ୍ତର୍ଗତ ବୁରମାଲ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ଆସି ଚାଷୀ ଙ୍କ ଅମଳ କ୍ଷୟ ଧାନ ଫସଲ ନଷ୍ଟ କରିଛନ୍ତି । ବର୍ତମାନ ଧାନ ଅମଳର ସମୟ ତେବେ ଏହି ସମୟରେ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ଧାନ ଫସଳ ଖାଇବା ସହ ମାଡ଼ି ଦଳି ନଷ୍ଟ କରୁଛନ୍ତି । ତେଣୁ ଏଦିଗରେ ବନ ବିଭାଗ ଦୃଷ୍ଟି ଦେଇ ହାତୀପଲ ଙ୍କୁ ଜଙ୍ଗଲ ମଧ୍ୟକୁ ଘୋଡାଇବା ପାଇଁ ସୋମବାର ସକାଳେ ଚାଷି ମାନେ ଦାବି କରିଛନ୍ତି ।