ନୂଆସାହି ବାପ୍ଟିଷ୍ଟ ମଣ୍ଡଳୀରେ ୧୦୬ତମ ପ୍ରତିଷ୍ଠା ଦିବସ ଆନନ୍ଦମୟ ପରିବେଶରେ ପାଳିତ ହୋଇଛି। ମଣ୍ଡଳୀର ପାଳକ ଆଚାର୍ୟ କ୍ଷମାଶିଳ ବାଗଙ୍କ ନେତୃତ୍ୱରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ଅଧିବେଶନରେ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପରିଚାଳନାରେ ବକ୍ତା ତୁଷାର କାନ୍ତ ବେହେରା ଈଶ୍ୱରବାକ୍ୟ ପରିବେଷଣ କରିଥିଲେ। ଆଜିର ମୁଖ୍ୟ କାର୍ଯ୍ୟକ୍ରମରେ ଉପସଭାପତି ପ୍ରଶାନ୍ତ କୁମାର ଦାସ ପରିଚାଳନା କରିଥିଲେ। ସଭାପତି ପ୍ରମୋଦ ରଞ୍ଜନ ନାୟକ ବକ୍ତାଙ୍କୁ ସ୍ବାଗତ ଜଣାଇଥିଲେ। କଟକରୁ ଆସିଥିବା ଆଚାର୍ୟ ତୁଷାର କାନ୍ତ ବେହେରା ଯୋଗ ଦେଈଥିଲେ ।