ଯୋଡା: ଚମ୍ପୁଆ : ଏଫ୍ ଏମ ପି କଲୋନୀରୁ ଗ୍ରୀଲ୍ ତାଡି ବୁଲେଟ୍ ଚୋରୀ , ଥାନାରେ ଅଭିଯୋଗ
ସୂଚନାରୁ ପ୍ରକାଶ ଯୋଡ଼ା ଥାନା ଅନ୍ତର୍ଗତ ଟିସ୍କୋ ଏଫ୍ ଏମ୍ ପ
Joda, Kendujhar | Apr 11, 2024 ଚମ୍ପୁଆ : ଏଫ୍ ଏମ ପି କଲୋନୀରୁ ଗ୍ରୀଲ୍ ତାଡି ବୁଲେଟ୍ ଚୋରୀ , ଥାନାରେ ଅଭିଯୋଗ ସୂଚନାରୁ ପ୍ରକାଶ ଯୋଡ଼ା ଥାନା ଅନ୍ତର୍ଗତ ଟିସ୍କୋ ଏଫ୍ ଏମ୍ ପି କଲୋନୀରେ ରହୁଥିବା ଜେନା ଗାଗାରାଇ ନିଜ ଘର ଗ୍ରୀଲ୍ ଭିତରେ ଗତ ରାତ୍ରିରେ ବୁଲେଟ୍ କୁ ରଖିଥିଲେ ।ତେବେ ବିଳମ୍ବିତ ରାତ୍ରିରେ କେହି ଦୁବୃତ୍ତ ଗ୍ରୀଲ୍ ତାଲା ଭାଙ୍ଗି ଅଡି ୦୯ ଏ ଏ ୪୧୮୭ ବୁଲେଟ୍ କୁ ନେଇ ଯାଇଥିବାର ଦେଖା ଯାଇଛି । ତେବେ ସକାଳ ସମୟରେ ଗ୍ରୀଲ୍ ତାଡି ବୁଲେଟ୍ କୁ ନେଇ ଯାଇଥିବାର ଦେଖିବାକୁ ପାଇଥିଲେ । ତେବେ ବହୁତ ଖୋଜା ଖୋଜି ପରେ ନ ପାଇବାରୁ ଆଜି ଅପରାହ୍ନ ୨ ଘଟିକାରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।