ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଓଏସଏପି ଦ୍ଵିତୀୟ ବାଟାଲିୟନ ପଡ଼ିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ
ଝାରସୁଗୁଡା ଜିଲ୍ଲା ଓଏସଏପି ଦ୍ଵିତୀୟ ବାଟାଲିୟନ ପଡ଼ିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ଆଜି ସକାଳ ସାଢେ ଆଠଟା ସମୟରେ ୬୬ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ଶହୀଦ ଓ ଦିବଂଗତ ପୁଲିସଙ୍କୁ ଶତଶତ ପ୍ରଣାମ ଜଣାଇ ଦେଶ ପାଇଁ ସେମାନେ କରିଥିବା ବଲିଦାନକୁ ସ୍ମରଣ କରାଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଯୋଗଦେଇ ସହିଦଙ୍କ ସ୍ମୃତି ଚାରଣ କରିବା ସହଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦେଶ ପାଇଁ ଜୀବନ ଉତ୍ସର୍ଗ କରିବା ମଣିଷ ପାଇଁ ସୌଭାଗ୍ୟର ବିଷୟ ଏବଂ କେବଳ ଜଣେ ଶହୀଦଙ୍କ ଭାଗ୍ୟରେ ତାହା