ଛତ୍ରପୁର: ଚମାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ନିଜ ପଞ୍ଚାୟତରେ ନିଜର ସମାସ୍ଯା ଜଣାଇବା ପାଇଁ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ।ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବ୍ଲକରେ ପ୍ରତି ସୋମବାର ଗୋଟିଏ ଲେଖାଏଁ ପଞ୍ଚାୟତରେ ଅଭିଯୋଗ ଶୁଣାଣି କରୁଛି ବ୍ଲକ ପ୍ରଶାସନ। ଏହି କ୍ରମରେ ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ଚମାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।