ଝାରସୁଗୁଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବୃନ୍ଦାବନ କଲୋନୀ ନିକଟରେ ଗାନ୍ଧୀଛକ ଫାଣ୍ଡି ଅଂଚଳର ଜଣେ ଯୁବକଙ୍କୁ ଜାତିଆଣ ଆକ୍ଷେପ ସହିତ ମାଡ଼ପିଟ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ରେ ଆଜି ଟାଉନ ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଥିବା ନେଇ ଜଣାପଡିଛି। ଘଟଣାକୁ ନେଇ DSP ସ୍ତରର ଜଣେ ଅଧିକାରୀ ତଦନ୍ତ କରୁଥିବା ସୂଚନା ମିଳିଛି। ତଦନ୍ତ ପରେ ଅଧିକ ସୂଚନା ମିଳିବ ବୋଲି ଟାଉନ ଥାନା ଅଧିକାରୀ ଆଜି ରାତି ସାଢ଼େ ନଅଟା ସମୟରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଟୁଲୁ ପ୍ରଧାନ ଙ୍କୁ ଅଟକ ରଖି ତଦନ୍ତ କରାଯାଉଥିବା ନେଇ ସୂଚନା ଦିଆଯାଇଛି।