ଝାରସୁଗୁଡା: ନେପାଳରୁ ଚାକିରୀ ଆଶାରେ ଆସିଥିବା ନେପାଲି ଯୁବକଙ୍କ ହାର୍ଟ ଆଟାକରେ ଝାରସୁଗୁଡ଼ାରେ ମୃତ୍ୟୁ ଘଟିଥିବା ସୂଚନା
ଝାରସୁଗୁଡା osap 2ୟ ବାଟାଲିୟନ ରେ ଯବାନ ନିଯୁକ୍ତି ପ୍ରକ୍ରିୟା ରେ ସାମିଲ ହେବା ପୂର୍ବରୁ ଚାଲିଗଲା ଯବାନ ଙ୍କ ଜୀବନ।ନେପାଳ ରୁ ଚାକିରୀ ଆଶାରେ ଆସିଥିବା ନେପାଲି ଯୁବକ ଙ୍କ ହାର୍ଟ ଆଟାକରେ ଝାରସୁଗୁଡ଼ା ରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ନେପାଳୀ ଯୁବକ ହେଲେ ଗୋବିନ୍ଦ କୋମଲ। 17 ତାରିଖରେ ନିଯୁକ୍ତି ରାଲି ରେ ଯୋଗ ଦେବା ପୂର୍ବରୁ ଆଜି ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ହାର୍ଟ ଆଟାକ ହେବାରୁ ମୃତ୍ୟୁ ହୋଇଥିବା ନେଇ ଦିନ ବାରଟା ସମୟରେ ସୂଚନା ମିଳିଛି। ସେପଟେ ନେପାଳ ଏମ୍ବାସି ଙ୍କୁ ଏନେଇ ସୂଚନା ଦିଆଯାଇଥିବା ନେଇ ଜଣାପଡିଛି।