ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ଲାଲବଜାର ଠାରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ସହାୟକ ଉପକରଣ ଓ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଆକଳନ ଶିବିର ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ନଭେମ୍ବର ୨୯ ତାରିଖ ବାରିପଦା ବ୍ଲକ ଏବଂ ୩୦ ତାରିଖ ଶ୍ୟାମାଖୁଣ୍ଟା ଓ ମୋରଡା ବ୍ଲକର ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନେ ଯୋଗଦାନ କରିଥିଲେ। ବାରିପଦା ବ୍ଲକରୁ ୮୫ ଜଣ, ଶ୍ୟାମାଖୁଣ୍ଟା ବ୍ଲକରୁ ୫୨ ଜଣ ଓ ମୋରଡା ବ୍ଲକରୁ ୩୩ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଯୋଗଦାନ କରିଥିଲେ।