ଧର୍ମଗଡ: ଦେପୁର ପଞ୍ଚାୟତ ଅଞ୍ଚଳ ଗସ୍ତ କରି ମଣ୍ଡି ଭିତ୍ତିଭୂମି ସହ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ବିଡ଼ିଓ
ଶୁକ୍ରବାର ଅପରାହ୍ନରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ଦେପୁର ପଞ୍ଚାୟତ ଅଞ୍ଚଳ ଗସ୍ତ କରିଥିଲେ। ଦିନକ ପରେ ଖରିଫ୍ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ଧାନ ମଣ୍ଡି। ତେଣୁ ଦେପୁର ଧାନ ମଣ୍ଡି ପରିଦର୍ଶନ କରିଥିଲେ। ମଣ୍ଡି କୁ ସଂଯୋଗ କରୁଥିବା ରାସ୍ତାରେ ଖାଲ ଖମାରେ ଭର୍ତ୍ତି ହେଇଥିବା ଯୋଗୁଁ ତାର ମରାମତି ପାଇଁ କନିଷ୍ଠ ଯନ୍ତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ମରାମତି ହେବାକୁ ଥିବା ଟେଟେଙ୍ଗ ବନ୍ଧ ପୋଖରୀ ତଦାରଖ କରିଥିଲେ।