ଡାବୁଗାଁ: ଧର୍ମ ରକ୍ଷା ପାଇଁ ବିଏମ୍ ସେମଳା ରେ ଧର୍ମ ସଭା ଅନୁଷ୍ଠିତ
ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମ ସେମଳାରେ ହିନ୍ଦୁ ଧର୍ମ ର ରକ୍ଷା ପାଇଁ ଏକ ବୈଠକ ମହିମା ଆଶ୍ରମ ରେ ଅନୁଷ୍ଠିତ ହୋଇ ଯାଇଛି। ପରମ ପୂଜ୍ୟ ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ। ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ଏବଂ ବିଶ୍ଵ ଶାନ୍ତି ପାଇଁ ନିଜ ବକ୍ତବ୍ୟ ରେ ଡମ୍ବରୁ ବାବା କହିଥିଲେ। ଗୋ ହତ୍ୟା ବନ୍ଦ କରିବା ପାଇଁ ଏବଂ ଅନ୍ୟାୟ ଧର୍ମାନ୍ତରଣ ବନ୍ଦ କରିବା ପାଇଁ ଦୃଢକ୍ତି ପ୍ରକାଶ କରିଥିଲେ ସୂର୍ଯ୍ୟବଂଶୀ ଜୟନ୍ତ।