ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ୍ ଆବେଦନର ଶୁକ୍ରବାର ଶୁଣାଣି ହୋଇଛି। ବ୍ରହ୍ମପୁର ଏଡିଜେ ୩ କୋର୍ଟରେ ଏହି ଶୁଣାଣୀ ହୋଇଛି। ତେବେ ଜାମିନ କୁ ନେଇ ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ସ୍ବତନ୍ତ୍ର ସରକାରୀ ଓକିଲ କାଳି ଚରଣ ମିଶ୍ର ।ଶୁକ୍ରବାର ଅପରାହ୍ନରେ କୋର୍ଟ ପରିସରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମିଶ୍ର।