ଆନନ୍ଦପୁର: ଚାପୁଣ୍ଡିଆ ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତ୍ତର
ଚାପୁଣ୍ଡିଆ ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତ୍ତର ହୋଇଛନ୍ତି। ଆଜି ଦିନ୧୦ଟା ବେଳେ ବାହାରିପୁର ହାଇସ୍କୁଲର ଦୀପା ନାୟକ ନାମକ ଜଣେ ଦଶମ ଶ୍ରେଣୀର ଛାତ୍ରୀ ନିଜ ଗାଁ ଗୋବିନ୍ଦପୁରରୁ ସାଇକେଲ ଧରି ସ୍କୁଲ ଆସୁଥିବା ବେଳେ ଚାପୁଣ୍ଡିଆ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ର, ଶିକ୍ଷକ ବାଦଲ କୁମାର ଜେନା, ପ୍ରଦୀପ କୁମାର ସାହୁ ପ୍ରମୁଖ ତୁରନ୍ତ ଛାତ୍ରୀ ଜଣକୁ ଶାଳନିଆଁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି ।