ଲୋଇସିଂହ ଠାରେ ବେଆଇନ ଜୁଆ ଖେଳ ବେଳେ ମାଡ଼ି ବସିଲା ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ପୋଲିସ, ଚାରି ଅଭିଯୁକ୍ତ ଗିରଫ। ଝାରସୁଗୁଡା ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ବେଆଇନ କାର୍ଯ୍ୟକଳାପ ରୋକିବାକୁ ପୋଲିସ ପକ୍ଷରୁ ଜାରି ରହିଛି ଅପରେସନ ନେତ୍ର। ତେବେ ଗତ ବିଳମ୍ବିତ ରାତିରେ ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଲୋଇସିଂହ ପୋଖରିହୁଡ଼ାରେ ବେଆଇନ ଜୁଆ ଖେଳ ଚାଲିଥିବା ବେଳେ ଜୁଆ ଖେଳ ଉପରେ ଚଡାଉ କରାଯାଇ ଚାରି ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ନେଇ ପୋଲିସ ତରଫରୁ ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ସୂଚନା ଦିଆଯାଇଛି।