କୁଶମେଲ ପଞ୍ଚାୟତ, ବ୍ରାହ୍ମଣୀପାଲି ବ୍ରାହ୍ମଣୀ ପାଲି ଗ୍ରାମର ସଚିନ୍ ଛତ୍ରିଆ ବାହାର ରାଜ୍ୟ ଗୁଣଠୁରକୁ ଦାଦନ କାମକାଜ ପାଇଁ ଯାଇଥିବା ବେଳେ ବିପଦଗ୍ରସ୍ତ ହୋଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଘଟଣାକୁ ନେଇ ଅଞ୍ଚଳରେ ଶୋକ ତାୟ। ପରିବାରବର୍ଗ ଦାବି କରୁଛନ୍ତି ଯେ, ଏହି ମୃତ୍ୟୁ ସାଧାରଣ ଦୁର୍ଘଟଣା ନୁହେଁ; ଘଟଣାର ପଛରେ ଅନ୍ୟ କୌଣସି ସନ୍ଦିଗ୍ଧ କାରଣ ରହିପାରେ ଏବଂ ସେଥିପାଇଁ ସ୍ପଷ୍ଟ ତଦନ୍ତ କରାଯିବା ଆବଶ୍ୟକ। ପରିବାର ଲୋକେ କହିଛନ୍ତି ଯେ, ଘଟଣା ପରେ ମିଳୁଥିବା ସୂଚନାଗୁଡିକ ସ୍ପଷ୍ଟ ନୁହେଁ ଏବଂ ପୂର୍ଣ୍ଣ ତଥ୍ୟ ଗୋପନ କରାଯାଉଛି ବୋଲି ସେମାନଙ୍କ ଅଭିଯୋଗ।