ଦେବଗଡ: କାଉଁଶିତଇଳା ଗ୍ରାମରେ ବିଦ୍ୟୁତ ସ୍ପର୍ଶରେ ଆସି ଦନ୍ତା ହାତୀ ମୃତ୍ୟୁ ଘଟଣା, ଜଣେ ବ୍ୟକ୍ତି ଗିରଫ
ବିଦ୍ୟୁତ ସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଦ୍ୟୁତ ସଂଯୋଗ କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଆଜି ରାତି ପ୍ରାୟ ୮ ଟାରେ କୋର୍ଟଚାଲାଣ କରାଯାଇଛି । ମାତ୍ର ଜାମିନ ଆବେଦନ ଖାରଜ ହେବାରୁ ୧୧ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳ ରେଙ୍ଗାଳବେଡା ଫରେଷ୍ଟ ସେକ୍ସନ କାଉଁଶିତଇଳା ଗ୍ରାମରେ ବିଦ୍ୟୁତ ସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା । ଗତକାଲି ସକାଳୁ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ବେଳେ ମୃତ ହାତୀର ଆନୁମାନକ ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଥିଲା ।