ଗଞ୍ଜାମ ଜିଲ୍ଲା ଛତ୍ରପୁର ପିଏମ ଶ୍ରୀ ଅନଶ୍ଲୋ ସରକାରୀ ହାଇସ୍କୁଲ ନବମ ଶ୍ରେଣୀର ଛାତ୍ର ପି.ବିଷ୍ଣୁ ରେଡ଼ି ମଧ୍ୟପ୍ରଦେଶ ଟିକମଗଡ଼ ଠାରେ ହେବାକୁ ଥିବା ୬୯ ତମ ବିଦ୍ୟାଳୟ ସ୍ତରୀୟ ଜାତୀୟ ହକି ପ୍ରତିଯୋଗୀତାରେ ଖେଳିବା ପାଇଁ ଚୟନ ହୋଇଛନ୍ତି । ବିଷ୍ଣୁ ସୁନ୍ଦରଗଡ଼ ସରକାରୀ ହାଇସ୍କୁଲ କୋଚିଂ କ୍ୟାମ୍ପରେ ଯୋଗଦେବେ । ଡିସେମ୍ବର ୧୯ ତାରିଖରେ ମଧ୍ୟପ୍ରଦେଶକୁ ଯାଇ ସେଠାରେ ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଭାଗ ନେବେ। ଶନିବାର ପୂର୍ବାହ୍ନରେ ଛତ୍ରପୁର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପି.ବିଷ୍ଣୁ ରେଡ଼ି ଓ ତାଙ୍କର ପ୍ରଶିକ୍ଷକ।