ବାରିପଦା ମ୍ୟୁନିସିପାଲଟି: ତକତପୁର ସ୍ଥିତ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗେଟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଛାତ୍ର ଛାତ୍ରୀ
ଗତ ଏପ୍ରିଲ ମାସରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଆଜିକୁ ଅକ୍ଟୋବର ମାସ ସରିବାକୁ ବସିଲାଣି ହେଲେ ସୁଦ୍ଧା କୌଣସି ପରୀକ୍ଷା ଫଳ ପ୍ରକାଶିତ ନ ହେବା ଦୁଃଖ ଓ ପରିତାପର ବିଷୟ। ଏନେଇ ବାରମ୍ବାର ବିଭାଗ ଓ ଅଧକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନନେବା ଅଭିଯୋଗରେ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ଦିନ ପ୍ରାୟ ୧୧ଟାରୁ ଆମରଣ ଅନଶନରେ ଧାରଣାରେ ବସିଛନ୍ତି ଚାରି ବିଭାଗର ଛାତ୍ର ଛାତ୍ରୀ।