ଢେଙ୍କାନାଳ ସଦର: କଙ୍କଡାହାଡ ସମିତିସଭ୍ୟାଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ ସଦର ବ୍ଲକ କଙ୍କଡାହା ପଂଚାୟତର ସମିତିସଭ୍ୟାଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ନିମ୍ନ ମାନର କହିବାରୁ ସମିତସଭ୍ୟା ରାଧା ବେହେରା ଜିଲ୍ଲାପାଳଙ୍କୁ ଅଦ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଓଡିଶା ସରକାର ପ୍ରତ୍ୟେକ ବ୍ଲକ୍ର ଗ୍ରାମପଂଚାୟତକୁ ଉନ୍ନତି ମୂଳକ କାର୍ଯ୍ୟପାଇଁ ଅର୍ଥ ପ୍ରଦାନ କରିଛନ୍ତି । ସେଥ୍ ମଧ୍ଯରୁ ସମିତିସଭ୍ୟାମାନଙ୍କ ଦାୟିତ୍ବରେ କିଛି କାର୍ଯ୍ୟ ହୋଇଥାଏ । ସେହି କାମକୁ ସମିତିସଭ୍ୟାମାନେ ଗ୍ରାମର ବରିଷ୍ଠବ୍ୟକ୍ତିମାନଙ୍କ ଆଲୋଚନାରେ ଯାହାକି ସମିତିସଭ୍ୟା ପ୍ରସ୍ତାବ ଦେଇଥାନ୍ତି ।