କରଞ୍ଜିଆ: ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ କରଞ୍ଜିଆ ବ୍ଲକ ର ବିଭିନ୍ନ ସ୍ଥାନରେ ଆୟୋଜିତ ହେଲା 'ସିନ୍ଦୂର ପଦଯାତ୍ରା'
ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଆଜି ଦିବା ୧୦ ଘଟିକା ସମୟରେ 'ସିନ୍ଦୂର ପଦଯାତ୍ରା'ଆୟୋଜିତ କରାଯାଇଥିଲା।ଏହି ପଦଯାତ୍ରା ଦୁଧିଆଣି,ବାଟପାଳସା ,ରସମତଳା ,ବଡ଼ ଦେଉଳି,ପାତବିଲ ଠାରେ ଅନୁଷ୍ଟିତ ହେଇଥିଲା। ପରିକ୍ରମା କରିବା ସହିତ ବିର ଯବାନ ଙ୍କ ଗରିମା କଥା କହିଥିଲା।ଏହି ପଦଯାତ୍ରାରେ,ସ୍ଥାନୀୟ ଜନ ସାଧାରଣ,ବିଜେପି ର ବରିଷ୍ଠ ନେତା, ପ୍ରମୁଖ ଯୋଗ ଦେଇଥିଲେ।ଏହି ସାଭାଯାତ୍ରା ଏକ ଉତ୍ସବ ନୁହେଁ ,ଏହା ଏକତା ଓ ସଂକଳ୍ପ ର ସମର୍ଥନ ।