ବାମରା ଲୋଇକେରା ମୁଖ୍ୟ ରାସ୍ତା ସ୍ଥିତ ବୁରୋଡିହି ଘାଟି ଠାରେ ଟ୍ରକ୍ ଧକ୍କାରେ ଏକ କାର ଚୁରମାର ହୋଇଥିବା ବେଳେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ସାହାସପୁର ପଟରୁ ଏକ କାର ବାମରା ପଟକୁ ଆସୁଥିବା ବେଳେ ବୁରୋଡ଼ିହି ଘାଟି ଠାରେ ବିପରୀତ ଦିଗରୁ ଯାଉଥିବା ଏକ ଟ୍ରକ୍ ଉକ୍ତ କାର କୁ ଧକ୍କା ଦେଇ ଫେରାର ମାରିଥିଲା। ଉକ୍ତ ଦୁର୍ଘଟଣାରେ କାର ଚୁରମାର ହୋଇଥିବା ବେଳେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।