ବଡଚଣା: ଚାରିଗୋଛିଆ ଆଦିବାସୀ ସାହିରେ ଘର ଭାଙ୍ଗିଲା ଜଙ୍ଗଲୀ ହାତୀ
ଚାରିଗୋଛିଆ ଆଦିବାସୀ ସାହିରେ ବୁଧବାର ଭୋର ୪ଟା ବେଳେ ଜଙ୍ଗଲୀ ହାତୀ ଦୁଇଟି ଘର ଭାଙ୍ଗି ଦେଇଛି। ଏକ ଜଙ୍ଗଲୀ ହାତୀ ରାଇଝର ଜଙ୍ଗଲରୁ ଆସି ଆଦିବାସୀ ସାହିର ରମେଶ ସଏଙ୍କ କଳ ଘର ଓ ଘର ଭିତରେ ଥିବା ମୋଟରସାଇକେଲ, ମେସିନ ଭାଙ୍ଗି ଦେଇଛି। ଲୋକେ ଉଠି ପାଟିତୁଣ୍ଡ କରିବାରୁ ହାତୀଟି ପଳାଇ ମୁରଲୀ ଖୁଣ୍ଟିଆଙ୍କ ଘର ଭାଙ୍ଗି ଧାନ ଖାଇ ଦେଇଥିଲା। ସ୍ଥାନୀୟ ଲୋକେ ଏକାଠି ହୋଇ ହାତୀକୁ ତଡି ଦେଇଥିବା ଜଣାପଡିଛି।