ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ, ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ନେଇ ଜିଲ୍ଲାପାଳଙ୍କ ସୂଚନା
ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କର ମହାନ ସେବା, ତ୍ୟାଗ ଏବଂ ଦେଶପ୍ରେମକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜିଲା ସ୍ତରୀୟ ଉତ୍ସବ ପାଳନ କରାଯିବ । ଏହି ଉତ୍ସବର ଅଂଶବିଶେଷ ସ୍ୱରୂପ ଅକ୍ଟୋବର ୩୧ ତାରିଖରୁ ନଭମ୍ବେର ୨୫ ତାରିଖ ପର୍ଯ୍ୟନ୍ତ ଏକତା ପଦଯାତ୍ରା ବା ‘ରନ ଫର ୟୁନିଟୀ’ ଆୟୋଜିତ ହେବ । ‘ଏକ ଭାରତ ... ଆତ୍ମନିର୍ଭର ଭାରତ’ ଭାବନାର ପ୍ରତିଫଳନ ଲକ୍ଷ୍ୟରେ ଜିଲାରେ ୮ରୁ ୧୦ କି.ମି. ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବ ।