ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ମୃତ୍ୟୁ ଘଟଣା , ନାକଟିଦେଉଳ ଥାନାରେ ହତ୍ୟା ଦିଗରେ ତଦନ୍ତ ଦାବି କଲା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ଚମ୍ପାଲି ନାଳରେ ରେଢ଼ାଖୋଲ ଓଟିଭି ର ସାମ୍ବାଦିକ ରମାକାନ୍ତ ମହାନନ୍ଦ ଗତ ସୋମବାର ନାକଟିଦେଉଳ ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର କୁ ଖବର ସଂଗ୍ରହ କରିବା ପାଇଁ ଯାଉଥିବା ବେଳେ ବାଇକରେ ଦୁର୍ଘଟଣା ହୋଇଥିଲେ । ଫଳରେ ସେ ଗୁରୁତର ହୋଇଥିଲେ ।ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।