ଛତ୍ରପୁର: ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୮ଟି ଜିଲାର ରାଜସ୍ୱ ବିଭାଗୀୟ ସମ୍ମିଳନୀ ସହ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ଅଧିନରେ ଥିବା ୮ଟି ଜିଲାର ରାଜସ୍ୱ ବିଭାଗୀୟ ସମ୍ମିଳନୀ ସହ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମଂଗଳବାର ମଧ୍ୟାହ୍ନରେ ଅନୁଷ୍ଠିତ କର୍ମଶାଳାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଦକ୍ଷିଣ ଓଡିଶାର ୮ଟି ଜିଲାର ତହସିଲଦାର,ଉପଜିଲାପାଳ,ରେଜିଷ୍ଟର, ସବରେଜିଷ୍ଟର,ଅତିରିକ୍ତ ଜିଲାପାଳ ମାନେ ଯୋଗଦେଇ ଥିଲେ।