କଣ୍ଢଳ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉତ୍ତମ ଶିକ୍ଷା ଗ୍ରହଣ କରିବା ସହିତ ଭଲ ପାଠ ପଢି ସମାଜ ଆଗରେ ଛାତ୍ର ଛାତ୍ରୀ ମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସାଲେଭଟା ଗ୍ରା. ପ. ଅନ୍ତର୍ଗତ କଣ୍ଢଳ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିକ୍ରମ କୁମାର ବେହେରା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷ ସୁଦର୍ଶନ ସାହୁ, ମୁଖ୍ୟ ବକ୍ତା ଭାବେ ଗୌଡ଼ପଡା ସେବାଶ୍ରମ ବିଦ୍ୟା