ବୌଦ୍ଧ ସଦର: ମାଧପୁର ଆନ୍ତଃଜିଲ୍ଲା ଚେକ ପୋଷ୍ଟ ରେ ପୋଲିସର ଖାନତଲାସୀ
ମାଧପୁର ଆନ୍ତଃଜିଲ୍ଲା ଚେକ ପୋଷ୍ଟ ରେ ପୋଲିସର ଖାନତଲାସୀ ଚାଲିଥିବା ନେଇ ପୁରୁଣାକଟକ ପୋଲିସ ସୂଚନା ଦେଇଛି l ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ଆନ୍ତଃଜିଲ୍ଲା ଚେକ ପୋଷ୍ଟ ରେ ସଶସ୍ତ୍ର ବାହିନୀ ଓ ପୋଲିସ ପକ୍ଷରୁ ବ୍ୟାପକ ଖାନତଲାସୀ କରାଯାଉଛି l ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଆନ୍ତଃଜିଲ୍ଲା ଚେକ ପୋଷ୍ଟ ରେ ପୋଲିସର ଖାନତଲାସୀ କରାଯାଉଛି l ପୁରୁଣାକଟକ ଥାନା ଅଧିକାରୀ ଶାରଦା ପ୍ରଶନ୍ନ ଦାସ ଙ୍କ ନେତୃତ୍ୱରେ ସଶସ୍ତ୍ର ବାହିନୀ ଓ ପୋଲିସ ଯବାନମାନେ ସାମିଲ ହୋଇଥିଲେ l