ଅନୁଗୋଳ ଜିଲ୍ଲାପାଳ ଅବ୍ଦାଲ ମୁହମ୍ମଦ ଅଖତାରଙ୍କ ଅଧ୍ୟକ୍ଷତାରେ କଣିହାଁ ବ୍ଲକ ପବିତ୍ର ମୋହନ ଗୃହରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣୀ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଜନଶୁଣାଣୀ ଶିବିରରେ ମୋଟ ୧୨୮ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୯୯ ଟି ବ୍ୟକ୍ତିଗତ ଓ ୨୯ ଟି ଗ୍ରମ୍ୟଭିତିକ ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ୨୭ ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ୯ଜଣ କିଡନୀ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପାଣ୍ଠି ଓ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଥିଲା।