ଧର୍ମଶାଳା: ବେଆଇନ ଗୋଚାଲଣ ବିରୋଧରେ ଭୁବନେଶ୍ୱର ଠାରେ ଧାରଣାରେ ବସିଥିବା ଗୋ ସେବକଙ୍କ ନିକଟରେ ପହଞ୍ଚିଲେ ହିମାଂଶୁ
ବେଆଇନ ଗୋଚାଲଣ ବିରୋଧରେ ଭୁବନେଶ୍ୱର ଠାରେ ଧାରଣାରେ ବସିଥିବା ଅସୁସ୍ଥ ଗୋ ସେବକଙ୍କୁ ସ୍ଥାନୀୟ ମେଡିକାଲ ଶନିବାର ରାତି 11 ଘଟିକା ସମୟରେ ସାକ୍ଷାତକରି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଓଡିଶାରୁ ବେଆଇନ ଗୋଚାଲାଣ ମୁକ୍ତ କରିବା ଲାଗି ଗୋ ସେବକଙ୍କ ପକ୍ଷରୁ ଚାଲିଛି ରାଜଧାନୀରେ ସଂଗ୍ରାମ ।