ଜୟପୁର: ଦଶହରାପଡ଼ିଆରେ ବିଜୟା ଦଶମୀ ଉତ୍ସବ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାର ଶତବାର୍ଷିକ ପୂର୍ତ୍ତି ଜିଲ୍ଲାସ୍ତରୀୟ ପଥସଂଞ୍ଚଳନକାର୍ଯ୍ୟକ୍ରମ
କୋରାପୁଟ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୟପୁର ସହରରେ ବିଜୟା ଦଶମୀ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାର ଶତବାର୍ଷିକ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ପଥ ସଂଞ୍ଚଳନ କାର୍ଯ୍ୟକ୍ରମ ରବିବାର ଅପରାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଛି । ଜୟପୁର ଦଶହରା ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେପୋଡଶୀ ଛତିଶଗଡ ରାଜ୍ୟର ବସ୍ତର ଜିଲ୍ଲା ସଦଭାବନା ପ୍ରମୁଖ ରାଜ ବାହାଦୁର ସିଂ ରାଣା, ସମ୍ମାନୀୟ ଅତଥି ଭାବେ କୋରାପୁଟ ଜିଲ୍ଲା ସଂଘ ଚାଳକ ସନସାଇ ଗାଦବା, ଜିଲ୍ଲା ଶାରୀରିକ ପ୍ରମୁଖ ମାନସିଂ ଘେଉରିଆ ମଞ୍ଚାସିନ ଥିଲେ ।