ଲୋଇସିଂହା ବ୍ଲକ୍ରେ ଦିନଦାୟଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ର କାଉନସେଲିଂ କ୍ୟାମ୍ପ ଆୟୋଜିତ ଲୋଇସିଂହା ବ୍ଲକ୍ରେ ଦିନକର DDU-GKY (ଦିନଦୟାଳ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା) ଅଧୀନରେ ଏକ କାଉନସେଲିଂ କ୍ୟାମ୍ପ ଆୟୋଜିତ ହୋଇଥିଲା। ଏହି କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମୀଣ ଯୁବକ-ଯୁବତୀଙ୍କୁ କୌଶଳ ଶିକ୍ଷା, ନିଯୁକ୍ତି ସୁଯୋଗ ଓ ଜୀବିକା ସମ୍ବଳ ବିଷୟରେ ସଚେତନ କରିବା। କାର୍ଯ୍ୟକ୍ରମରେ ବ୍ଲକ୍ ପ୍ରଶାସନ, ପ୍ରଶିକ୍ଷଣ ସଂସ୍ଥା ଓ ଯୁବକ ମଣ୍ଡଳୀଙ୍କ ଉପସ୍ଥିତି ଥିଲା। ଅଧିକାରୀମାନେ DDU-GKY ଯୋଜନା ଅଧୀନରେ ମିଳୁଥିବା ମାଗଣା ପ୍ରଶିକ୍ଷଣ, ନିଯୁକ୍ତି ସୁଯୋଗ ଓ ଅର୍ଥିକ ସହାୟତ