କବିସୂର୍ଯ୍ୟନଗର: ବେଗୁନିଆପଡା ରେ ଵୁଲିଲା ସାଇବର ସୁରକ୍ଷା ସଚେତନତା ରଥ, ସଚେତନତା ସଭା ଅନୁଷ୍ଠିତ
ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ହୋଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସଚେତନତା ରଥ ବେଗୁନିଆପଡ଼ା ପହଞ୍ଚିଥିଲା। ବେଗୁନିଆପଡ଼ା ଥାନା ପୋଲିସ ପକ୍ଷରୁ ସଚେତନତା ରଥକୁ ସ୍ବାଗତ କରାଯିବା ସହ ଏନେଇ ଏକ ସଚେତନତା ସଭା ବେଗୁନିଆପଡ଼ା ସ୍ଥିତ ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଲ୍ ଇ ଡି ମାଧ୍ୟମରେ ଏନେଇ ସଚେତନତା ବାର୍ତ୍ତା ପ୍ରସାରିତ ହୋଇଥିଲା। ସାଇବର ଅପରାଧରୁ କିଭଳି ବର୍ତ୍ତିବା, କଣ କରିବା କଣ ନ କରିବା ସେ ନେଇ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ ବରିଷ୍ଠ ପୋଲିସ ଅଧିକାରୀ ।