କବିସୂର୍ଯ୍ୟନଗର: ସୁମଣ୍ଡଳରୁ ବାଣ ଜବତ କଲା ବେଗୁନିଆପଡା ପୋଲିସ
ସୁମଣ୍ଡଳରେ ଚୋରା ବାଣ ଗଛିତ ଥିବା ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ନିର୍ଦେଶ କ୍ରମେ ଏସ ଆଇ ଟୁନା ପୀଡ଼ିକାଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ଗୋଟିଏ ଦୋକାନରୁ ବାଣ ଜବତ କରିଛି ପୋଲିସ । ଭାଲିଆଝର ଗ୍ରାମର ରାଜେନ୍ଦ୍ର ବିଶ୍ୱାଳଙ୍କ ପୁଅ ଆରତ ବିଶ୍ୱାଳଙ୍କ ବାଣ ଗଛିତ ରଖିଥିବା ଗୋଦାମ ଘରେ ଚଡାଉ କରି ବାଣ ଜବତ କରିଛନ୍ତି । ଏଥିସହ ଆରତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହି ବାଣ ମଧ୍ୟରେ କିଛି ବାଣ ହାତ ତିଆରି ହୋଇଥିବା ବେଳେ କିଛି ବାଣ କମ୍ପାନୀ ତିଆରି ହୋଇଥିବା ଜଣାପଡିଛି । ପୂର୍ବ ବର୍ଷର ଏହି ବାଣ ଗଛିତ ରଖିଥିବା ପୋଲିସ ସନ୍ଦେହ କରିଛି ।