କୋଲାବିରା: ଅଂଶୁଘାତ ରେ ତେଲେଙ୍ଗାପଡ଼ାର ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ପ୍ରବଳ ଗ୍ରୀଷ୍ମ ପ୍ରବାହ ରୁଦ୍ରତାପ ନେଉଛି ଜୀବନ। ଝାରସୁଗୁଡା ଜିଲ୍ଲା କୁଲାବିରା ଥାନା ତେଲେଙ୍ଗାପଡ଼ାରେ ଜଣେ ମହିଳାଙ୍କ ଅଂଶୁଘାତ କାରଣରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଥିବା ନେଇ ଶନିବାର ସକାଳ ୭ଟା ସମୟରେ ଅଭିଯୋଗ ହୋଇଛି। ମୃତକ ଜଳ କୋଲାବିରା ତେଲେଙ୍ଗାପଡ଼ାର ଲୋଚନ କୁମୁରାଙ୍କ ସ୍ତ୍ରୀ ସୋଲୋଚନା କୁମୁରା ବୋଲି ଜଣାପଡ଼ିଛି। ଝାଞ୍ଜି ପବନ ଯୋଗୁଁ ଅସୁସ୍ଥ ହେବା ପରେ ପ୍ରଥମେ ସାଳାଇନ ଦିଆଯାଇଥିଲା ଏବ ସୁସ୍ଥ ଅନୁଭବ କରିବାରୁ ଘରକୁ ଫେରି ଯାଇଥିଲେ।