ରେଢାଖୋଲ: ରେଢ଼ାଖୋଲ ଦମକଳ କେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ରେଢ଼ାଖୋଲ ଦମକଳ କେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେଢ଼ାଖୋଲ ଦମକଳ କେନ୍ଦ୍ର ଠାରେ ମଙ୍ଗଳବାର ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଫାୟାର ଅଫିସର ନାରାୟଣ ଚନ୍ଦ୍ର ସେଠି ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦମକଳ କେନ୍ଦ୍ର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ। ଏଥିରେ ରେଢ଼ାଖୋଲ ବରିଷ୍ଠ ନାଗରୀକ ସଂଘର ସଭାପତି ଦେବାନନ୍ଦ ପ୍ରଧାନ, ସଂପାଦକ ରମେଶ ଚନ୍ଦ୍ର ପାଣିଗ୍ରାହୀ, ନରେନ୍ଦ୍ର ଦେହୁରୀ, ଅଲେଖା ନନ୍ଦ ପ୍ରଧାନ, ଅଶୋକ ପୃଷେଠ, ଶମ୍ଭୁ ପ୍ରସାଦ ରାଉଳ ଉପସ୍ଥିତ ଥିଲେ l