ସୁନ୍ଦରଗଡ ସହର: କନିକା ମୁଖ୍ୟ ରାସ୍ତାରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଭାରୀଯାନ, ଅଳ୍ପକେ ବର୍ତ୍ତିଲେ ଲୋକେ
କନିକା ମୁଖ୍ୟ ରାସ୍ତାରେ ଆଜି ରାତିରେ ଇଲେକ୍ଟ୍ରିକ ପୋଲକୁ ଧକ୍କା ଦେଲା ଭାରୀଯାନ, ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। କନିକା ମୁଖ୍ୟ ରାସ୍ତାରେ ଛତିଶଗଡ଼ ତମନାର ପଟୁ ଝାରସୁଗୁଡ଼ା ଜିଲ୍ଲା ଆଡକୁ ଯାଉଥିବା ଏକ ଭାରୀଯାନ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ଫଳରେ ବିଜୁଳି ଯୁକ୍ତ ତାର ଛିଣ୍ଡିଯାଇ ତଳେ ପଡିଥିଲା ଫଳରେ ପାଖରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।