ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହ ଅବସରରେ ଜବଲପୁରରୁ ଆସିଥିବା ସମାଗମ ରଙ୍ଗମଣ୍ଡଳ ତରଫରୁ କଳାକାର ଶ୍ୱେତା ଦୁବେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଆଜି ମଞ୍ଚସ୍ଥ ହୋଇଥିବା ନାଟକଟି ଭୂମି ନାଟକ, ଯାହା ମହାଭାରତ ଆଧାରିତ। ଏଥିରେ ଅର୍ଜୁନ ବନବାସ କାଳରେ ଚିତ୍ରାଙ୍ଗଦାଙ୍କୁ ଭେଟିବା ଘଟଣାକୁ ମଞ୍ଚସ୍ଥ କରାଯାଇଥିଲା। ଦର୍ଶକମାନଙ୍କ ଭାରି ସ୍ୱୀକୃତି ସହ ନାଟକଟି ସଫଳତାର ସହ ପ୍ରଦର୍ଶିତ ହୋଇଛି।